ବାଇକ୍ ଉପରେ ଚଢିଗଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | January 15, 2021 IST

ଆନନ୍ଦପୁର ୧୫।୧: ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ସର୍ଭିସ୍ ରୋଡରେ ଟ୍ରକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ବାଇକ୍ ଯୋଗେ ବଜାରକୁ ଯାଉଥିବା ସମୟରେ ବିପରୀତ ରାସ୍ତାରେ ଆସୁଥିବା ଟ୍ରକଟି ତାଙ୍କ ବାଇକ୍ ଉପରେ ଚଢି ଯାଇଥିଲା । ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ପରିଚୟ ମିଳିପାରି ନାହିଁ ।

ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଗାଡି ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ବାଇକ୍ ରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.