Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ହାଇଓ୍ୱାକୁ ପିଟିଲା ହାଇଓ୍ୱା, ଡ୍ରାଇଭର ଜୀବନ୍ତ ଦଗ୍ଧ

2/06/2021 at 8:29 AM

କାମାକ୍ଷାନଗର ୦୨।୦୬: ହାଇଓ୍ୱା ପଛରୁ ପିଟିଲା ହାଇଓ୍ୱା । ଦୁର୍ଘଟଣାରେ ପଛ ହାଇଓ୍ୱାର ଡ୍ରାଇଭର ଜୀବନ୍ତ ଦଗ୍ଧ  l ମୃତ ଡ୍ରାଇଭର ଜଣକ ହେଲେ ଝାଡ଼ଖଣ୍ଡର ସୁନୀଲ ଯାଦବ l

ଖବର ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳକୁ “ଆଶ ଟେକ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ” କମ୍ପାନୀର ଏକ ହାଇୱା ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ପ୍ଲାଣ୍ଟରୁ ପାଉଁଶ ବୋଝଇ କରି କାମାକ୍ଷାନଗର ଆସୁଥିଲା। ଜାତୀୟ ରାଜପଥ ୫୩ ସମ୍ପ୍ରସାରଣ କାମରେ ପାଉଁଶ ବୋଝେଇ କରି ହାଇୱାଟି ଆସୁଥିଲା। କାମାକ୍ଷାନଗର ଥାନା ଜଡ଼ାପାଳ ଛକ ନିକଟରେ ରାସ୍ତା ପାଶ୍ଵରେ ଛିଡା ହୋଇଥିବା ସେହି କମ୍ପାନୀର ଅନ୍ୟ ଏକ ହାଇୱାର ପଛପଟୁ ପିଟି ହୋଇଯାଇଥିଲା।
ଦୁର୍ଘଟଣା ଏତେ ଜୋର ଥିଲା ଯେ ପଛରୁ ପିଟିଥିବା ହାଇୱା ଗାଡିଟି ସଙ୍ଗେସଙ୍ଗେ ଜଳିଯାଇଥିଲା। ଫଳରେ ଡ୍ରାଇଭର ଗାଡିରୁ ବାହାରି ନପାରି ଗାଡି ଭିତରେ ଜୀବନ୍ତ ଦଗ୍ଧ ହୋଇ ସମ୍ପୂର୍ଣ୍ଣ ଜଳିଯଇଛି। ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

   Related Posts