Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜନ୍ମଦିନ ପାଲଟିଗଲା ମୃତ୍ୟୁର ଦିନ : ପାର୍ଟି ପାଇଁ ଗ୍ୟାରେଜ୍‌ରେ ସହକର୍ମୀ ଅପେକ୍ଷା କରିଥିଲେ, କିନ୍ତୁ ଦୁର୍ଘଟଣାରେ ଚାଲିଗଲା ଜୀବନ

13/12/2020 at 9:34 AM

କଳାହାଣ୍ଡି ୧୩।୧୨: ମୃତ୍ୟୁ ବି ଏମିତି ଆସେ । ଦିନ ପୁରିଥିଲେ ନିଜ ବୟସରେ ଆଉ ଗୋଟିଏ ବର୍ଷ ଯୋଡି ହୋଇଥାନ୍ତି । କିନ୍ତୁ ସମୟ ଏମିତି ଆସିଲା ଯେ, ବୟସ ବଢିବା ପରିବର୍ତ୍ତେ, ପୂରା ଲିଭିଗଲା ଜୀବନର ଦୀପ । ୨୧ତମ ଜନ୍ମଦିନରେ ଚାଲିଗଲା ଜଣେ ଯୁବକର ଜୀବନ । ମୃତକ ଭବାନୀପାଟଣା ଥାନା କୁଟ୍ରୁକମାର ଗାଁର ମାନସ ବେହେରା ।  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ା ବ୍ଲକ ବିଶ୍ୱନାଥପୁର ଥାନା ଧଅଁରଭାଟା ନିକଟରେ ଦୁର୍ଘଟଣା ଘଟିଛି ।

ଜନ୍ମ ଦିନରେ ଅନେକ କିଛି ଭାବିଥିଲେ, ନିଜେ କାମ କରୁଥିବା ଗ୍ୟାରେଜ୍ କର୍ମଚାରୀମାନଙ୍କୁ ପାର୍ଟି ଦେବାର ଥିଲା । ସେପଟେ ଗ୍ୟାରେଜର ସମସ୍ତେ ଅପେକ୍ଷା ବି କରିଥିଲେ । କିନ୍ତୁ ଏହି ସମୟରେ ହିଁ ଘଟିଗଲା ଅଘଟଣ । ପିକଅପ୍ ମ୍ୟାଜିକ ଭ୍ୟାନ୍‌ର ଧକ୍କାରେ ଜନ୍ମଦିନ ହିଁ ସାଜିଲା ମୃତ୍ୟୁର ଦିନ । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଧଅଁରାଭଟାଠାରେ ।

ଶନିବାର ସନ୍ଧ୍ୟା ସମୟରେ ମାନସ ବେହେରା(୨୦) ବିଶ୍ୱନାଥପୁରରୁ ଲାଞ୍ଜିଗଡ ପଟେ ଏକ ୟାମାହା ବାଇକ୍‌ରେ ଯାଉଥିବା ବେଳେ ଲାଞ୍ଜିଗଡ ପଟୁ ଆସୁଥିବା ଏକ ପିକଅପ୍ ମ୍ୟାଜିକ ଭ୍ୟାନ୍‌ ଧକ୍କା ଦେଇଥିଲା । ପିକଅପ୍ ମ୍ୟାଜିକ ମୁହାଁମୁହିଁ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମୃତ ମାନସଙ୍କ ଶନିବାର  ଦିନ ଜନ୍ମଦିନ ଥିଲା ।  ସନ୍ଧ୍ୟା ସମୟରେ ଲାଞ୍ଜିଗଡରେ ସେ କାମ କରୁଥିବା ଗ୍ୟାରେଜକୁ ଯାଉଥିଲେ । ଦୁର୍ଘଟଣା ସଂପର୍କରେ ଖବର ପୋଲିସ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଦୁର୍ଘଟଣା ଘଟାଇଥିବା ପିକଅପ୍ ମ୍ୟାଜିକ୍‌କୁ ଜବତ କରିବା ସହ ଡ୍ରାଇଭର ମୋହନ ହରିଜନ(୨୯)କୁ ଅଟକ ରଖିଥିବା ଜଣାପଡିଛି ।

   Related Posts