ପଛରୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ମୃତ
16/03/2020 at 7:52 AM

ଯାଜପୁର ୧୬।୦୩: ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଚିତ୍ରକୂଳ ଗ୍ରାମର ଜଳଧର ନାୟକ ବୋଲି ଜଣାପଡିଛି । ଏବଂ ତାଙ୍କ ବୟସ 38 ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ସୋମବାର ସକାଳ ସମୟରେ ବାରବାଟୀ ମାର୍କେଟକୁ କୌଣସି କାମରେ ଜଳଧର ଯାଇଥିଲେ । ତେବେ ହଠାତ୍ ପଛରୁ ଆସୁଥିବା ଟ୍ରକଟି ଧକ୍କା ଦେଇ , ତାଙ୍କ ଉପରେ ମାଡି ଯାଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଜଳଧରଙ୍କ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବା ସହ ସ୍ଥାନୀୟଲୋକଙ୍କ ପକ୍ଷରୁ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।