ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | July 01, 2020 IST

ଚାନ୍ଦବାଲି ୦୧।୦୭: ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାରେ ଜଣେ ମୃତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟ ରାସ୍ତା କଖାରୁଡ଼ିହି ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ନିତ୍ୟାନନ୍ଦ ମହାନ୍ତି ବୋଲି ଜଣାପଡିଛି ।

{"id":294095,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚାନ୍ଦବାଲି ମୁଖ୍ୟ ରାସ୍ତା କଖାରୁଡ଼ିହି ଛକ ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତୁ ହୋଇଛି । ମୃତକ ହେଉଛନ୍ତି ସ୍ଥାନୀୟ ଚାନ୍ଦବାଲି ଅନ୍ତର୍ଗତ ୨ ନଂ ୱାର୍ଡର ନିତ୍ୟାନନ୍ଦ ମହାନ୍ତି । ସ୍ଥାନୀୟ ଲୋକ କ୍ଷତି ପୂରଣ ଦାବିକରି ଭଦ୍ରକ- ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.