ବାଇକ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | December 07, 2020 IST

ଭଦ୍ରକ ୦୭।୧୨:  ବାଇକ ଓ ପିକଅପ ମୁଁହାମୁହିଁ ଧକ୍କା । ଦୁର୍ଘଟଣାରେ  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭରକୁ ଧି ପୋଲିସ ଜିମା ଦେଲେ ସ୍ଥାନୀୟଲୋକେ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦୀଆ ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ବାଇକରେ ୨ଜଣ କୋରଣ୍ଟ ଗାଁକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକ୍ଅପ୍‌ ଭ୍ୟାନ୍‌ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବାଇକରେ ଥିବା ୨ଜଣ ତଳକୁ ପଡିଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟଲୋକ ଗୁରୁତର ଆହତ ହୋଇଥିବା ୨ ବାଇକ ଆରୋହୀଙ୍କୁ ଉଦ୍ଧାର କରି ନିକଟସ୍ଥ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତକ ଶୁଭଳ କୁମାର ପେଡା ବୋଲି ଜଣାପଡିଛି । ସେହିପରି ଅନ୍ୟ ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ବାଇଧର ଜେନା ବୋଲି ଜଣାପଡିଛି  । ମେଡିକାଲରେ ତାଙ୍କ ଚିକିତ୍ସା ଜାରି ରହିଛି । ସେପଟେ ଦୁର୍ଘଟଣା ଘଟାଇ ଥିବା ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭରକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.