ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

Published By : Prameya-News7 Bureau | September 14, 2020 IST

ଆନନ୍ଦପୁର ୧୪।୦୯: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥ ନିକଟ ଧକୋଠା ଓଭର ବ୍ରିଜ୍‌ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହାଁ ଧକ୍କା ହୋଇଛି । ଯାହାଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକ  ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ତଳଦୁମୁକା ଗାଁର ସୁଧାଂଶୁ ନାୟକ ବୋଲି ଜଣାପଡିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁଧାଂଶୁ କେନ୍ଦୁଝରରେ ଏକ ସଂସ୍ଥାରେ କାମ କରନ୍ତି । ସେ ବାଇକ ଯୋଗେ ନିଜ କାର୍ଯ୍ୟସ୍ଥଳୀକୁ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଟ୍ରକ ଧକ୍କାରେ ତାଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାର ଖବର ପାଇ ଘସିପୁର ଥାନା ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହ ଜବତ କରିଛି । ତେବେ ଧକୋଠା ଓଭର ବ୍ରିଜ ଠାରେ ରାସ୍ତା କମ ସରିନଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟି ଲୋକଙ୍କ ମୃତ୍ୟୁ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.