ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ, ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବା ଅଭିଯୋଗ

Published By : Prameya-News7 Bureau | February 15, 2020 IST

ଯାଜପୁର ୧୫।୨: ଯାଜପୁର ବଡଚଣା ବ୍ଲକ୍ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିଚନ୍ଦ୍ରପୁର ବଜାରରେ ଏକ ୧୪ ଚକିଆ ଟ୍ରକ୍ ଦୃତ ଗତିରେ ଆସି ଏକ ହୋଣ୍ଡା ଆକ୍ଟିଭା ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଚାରିନଙ୍ଗଳ ଗ୍ରାମର କୁଳମଣି ସାମଲ ।

{"id":224552,"sizeSlug":"large"}

ଘଟଣା ପରେ ତାଙ୍କ ପୁଅ ସତ୍ୟ ରଞ୍ଜନ ସାମଲ ବାଲିଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୁଅ ସତ୍ୟରଞ୍ଜନଙ୍କ ଅଭିଯୋଗ ଯେ, ଟ୍ରକ୍ ଚଳାଉଥିବା ଡ୍ରାଇଭର ଜଣେ ମଦ୍ୟପ । ମଦ୍ୟପ ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ କରିଛନ୍ତି । ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହୋଣ୍ଡା ଆକ୍ଟିଭା ଓ ଟ୍ରକକୁ ଜବତ କରିବା ସହ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ଏନେଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.