କଳାହାଣ୍ଡିରେ ଜ୍ବର ଓ ଝାଡାବାନ୍ତି ଆତଙ୍କ : ଜଣେ ମୃତ, ୩୦ ଅସୁସ୍ଥ

Published By : Prameya-News7 Bureau | March 03, 2020 IST

କଳାହାଣ୍ଡି ୩।୩: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଟାଗଂନକଣା ଗାଁରେ ଜ୍ବର ଓ ଝାଡାବାନ୍ତି ଆତଙ୍କ । ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଅସୁସ୍ଥ ହୋଇଛନ୍ତି । ଗତ ଦୁଇ ସପ୍ତାହ ହେବ କ୍ରମଶଃ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ଗାଁରେ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଅଛନ୍ତି ।

{"id":232003,"sizeSlug":"large"}

ଲାଞିଗଡ ବ୍ଲକ ଛତ୍ରପୁର ପଚଂ।ୟତ ଟାଗଂନକଣା ଗାଁରେ ଛୋଟଠାରୁ ବଡ ପ୍ରାୟ ୩୦ ଜଣ ପତଳା ଝାଡା ତଥା ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ୫୫ ବର୍ଷ ବୟସ୍କ ସୋମବାର ମାଝୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରାନ୍ତ ୩୦ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଝାଡା ଓ ଜ୍ବର ଖବର ପାଇଁ ଆଶା ଦିଦି ଏଏନଏମଠାରୁ ଔଷଧ ନେଇ ବଣ୍ଟନ କରିଥିଲେ ବି ଏଏନଏମ ଗାଁକୁ ଆସି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

{"id":232004,"sizeSlug":"large"}

ଗତ ଦୁଇ ସପ୍ତାହ ହେବ କ୍ରମଶଃ ଆକ୍ରାନ୍ତ ସଂଖ୍ୟା ବଢିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଆଜି ଖବର ପାଇ ଲାଞ୍ଜିଗଡ ସ୍ବାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଂଚି ଓଆରଏସ ପ୍ୟାକେଟ ତଥା ଔଷଧ ବଣ୍ଟନ କରିଛନ୍ତି । ଝାଡା କ୍ବର ବ୍ୟାପିବାର କାରଣ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.