ଜୀବନ ନେଇଗଲା ବିଦ୍ୟୁତ ତାର, ଶିକାରୀଙ୍କ ଫାଶରେ ପଡି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | January 11, 2021 IST

ଢେଙ୍କାନାଳ ୧୧।୦୧: ଶିକାରୀଙ୍କ ଫାଶରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସୁଶାନ୍ତ ସାମଲ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ଦୁଦୁରୁକୋଟ ଗାଁରେ ଏହି ଅଘଟଣ ଘଟିଛି ।  ଗାଁ ନିକଟସ୍ଥ ମୁଣ୍ଡିଆ ପାଖରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସ ଲାଗି ଯୁବକଙ୍କର ମୃତ୍ୟୁ ଘଟିଛି ।

ଖବର ଅନୁଯାୟୀ, ବାରହା ଶିକାର ପାଇଁ ମୁଣ୍ଡିଆ ନିକଟରେ ଶିକାରୀ ମାନେ ବିଦ୍ୟୁତ ଫାଶ ବିଛାଇଥିଲେ । ତେବେ ସୁଶାନ୍ତ ତାଙ୍କ ଘର ବାଡ଼ି ପଛ ଆଡକୁ ଶୌଚ ହେବାକୁ ଯାଇଥିବା ବେଳେ ଅସବଧାନତା ବଶତଃ ଏହି ଫାଶରେ ଲାଗିଯାଇଥିଲେ । ଘଟଣାସ୍ଥଳରେ ସୁଶାନ୍ତଙ୍କର ମୃତ୍ୟୁ ଘଟିଛି । ସେପଟେ ଘଟଣାସଂପର୍କରେ ଖବର ପାଇ ବାଲିମି ଥାନା ପୁଲିସ ଓ ହିନ୍ଦୋଳ ବନକର୍ମଚାରୀ ମାନେ ପହଂଚିଥିଲେ । ପୋଲିସ ଓ ବନବିଭାଗ ମୃତଦେହ ସହ ବିଦ୍ୟୁତ ତାର ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣା ପରେ ଫାସ ବସାଇଥିବା ଶିକାରୀ ମାନଙ୍କୁ ତୁରନ୍ତ ଗିରଫ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.