ଠିକାଦାର ପାଖକୁ ବକେୟା ଅର୍ଥ ପାଇଁ ଯାଇଥିଲେ, ଫେରିବା ବେଳେ ଘଟିଲା ଅଘଟଣ ; ଚାଲିଗଲା କୃପାସିନ୍ଧୁଙ୍କ ଜୀବନ

Published By : Prameya-News7 Bureau | February 25, 2021 IST

ଢେଙ୍କାନାଳ ୨୫।୦୨: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ କୃପାସିନ୍ଧୁ ପାତ୍ର । ସେହିପରି ଗୁରୁତର ଥିବା ବ୍ୟକ୍ତି ରଞ୍ଜିତ ବେହେରାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କରମୂଳ ରାସ୍ତା ମକୁନ୍ଦପୁର ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ଉଭୟ କୃପାସିନ୍ଧୁ ଓ ରଞ୍ଜିତ ଜଣେ ଠିକାଦାରଙ୍କ ପାଖକୁ ନିଜର ଶ୍ରମ ବାବଦକୁ ବକେୟା ଅର୍ଥ ଆଣିବାକୁ ବାଇକ ଯୋଗେ ଯାଇଥିଲେ । ସେଠାରୁ ଫେରିବା ସମୟରେ ଢେଙ୍କାନାଳ କରମୂଳ ରାସ୍ତା ମକୁନ୍ଦପୁର ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଯାହାଫଳରେ କି ବାଇକ ଚାଳକ କୃପାସିନ୍ଧୁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.