ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
19/01/2021 at 7:58 AM

ଢେଙ୍କାନାଳ ୧୯।୦୧ : ହାତୀ ଉପଦ୍ରବ । କଚାଡି ମାରିଦେଲା ହାତୀ । ମୃତକ ଗଞ୍ଜରା ଗାଁର ନିରଞ୍ଜନ ସାହୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ଫା ସେଲ୍ସନ ଗଞ୍ଜରା ଗାଁରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ହିନ୍ଦୋଳ ବନାଞ୍ଚଳ ବମ୍ପା ସେଲ୍ସନ ଗଞ୍ଜରା ଗାଁର ନିରଞ୍ଜନ ସାହୁ ଧାନ ଖଳାକୁ ଯାଇଥିଲେ । ହଠାତ୍ ଏହି ସମୟରେ ହାତୀ ନିରଞ୍ଜନଙ୍କ କଚାଡି ଦେଇଥିଲା । ଯାହାଫଳରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଯାଇଛି । ଖବର ପାଇ ସ୍ଥାନୀୟ ବନକର୍ମଚାରୀ ଓ ରାସୋଳ ପୁଲିସ ପହଂଚି ମୃତଦେହକୁ ଉଦ୍ଧାର କରିଛି । ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ରହିଛି । ବନ ବିଭାଗ ଠିକଣା ଭାବରେ ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
Related Posts
କାଜୁ ନିଲାମରେ ଚଞ୍ଚକତା ଅଭିଯୋଗରେ ମୋହନା ବିଡିଓ ନିଲମ୍ବିତ
5 March 2021