Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଶୁକ୍ରବାର ଠାରୁ ନିଖୋଜ ଥିଲେ ସ୍ୱାଧୀନ, ଶନିବାର ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

27/11/2021 at 11:44 AM

ଢେଙ୍କାନାଳ ୨୭।୧୧: ଟ୍ରେନ୍‌ ଲାଇନ୍‌ ନିକଟରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ଢେଙ୍କାନାଳ ଶ୍ୟାମ୍‌ଚରଣପୁର ପିଏଚ୍‌ ନିକଟରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ରେଗେଡା ଗାଁର ସ୍ୱାଧୀନ ବେହେରା ବୋଲି ଜଣାପଡିଛି ।   

ଖବର ଅନୁଯାୟୀ,  ସ୍ୱାଧୀନ ବେହେରା ଶୁକ୍ରବାର ରାତି ଠାରୁ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ । ଆଉ ଫେରିଲେନି । ପରିବାର ଲୋକେ ବହୁ ଖୋଜା ଖୋଜା ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ଶନିବାର ଦିନ ସକାଳ ସମୟରେ ଢେଙ୍କାନାଳ ଶ୍ୟାମ୍‌ଚରଣପୁର ପିଏଚ୍‌ ନିକଟରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଥିଲା । ମୃତକ ଶୁକ୍ରବାର ଠାରୁ ନିଖୋଜ ଥିବା ସ୍ୱାଧୀନ ବେହେରା ବୋଲି ଜଣାପଡିଥିଲା ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ୍ କାରଣ କଣ ଜଣାପଡିନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା ନା ଆଉ କିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ସ୍ଥାନୀୟ ପୋଲିସ ଓ ରେଳବାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts