ସାଇକେଲରେ ଅତିକ୍ରମ କରୁଥିଲେ ଟ୍ରେନ୍‌ ଲାଇନ୍‌, ଧକ୍କା ଦେଲା ଏକ୍ସପ୍ରେସ୍‌ ; ଆଉ ତାପରେ...

Published By : Prameya-News7 Bureau | April 26, 2021 IST

କଟକ ୨୬।୦୪: ଟ୍ରେନ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । କଟକ ଜିଲ୍ଲା ଟାଙ୍ଗି ନିର୍ଗୁଣ୍ଡି ରେଳବାଇ କ୍ରସିଂ ନିକଟରେ ଘଟିଛି ଅଘଟଣ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ଜିଆର୍‌ପିର ଛାନ୍‌ଭିନ୍‌ ଜାରି  ।

ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ଜଣେ ବ୍ୟକ୍ତି ନିଜ ସାଇକେଲରେ ରେଳ ଫାଟକ ଅତିକ୍ରମ କରୁଥିବା ସମୟରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମୃତ ବ୍ୟକ୍ତି ଜଣଙ୍କ ଏକ ସିକ୍ୟୁରିଟି ବସ୍ତ୍ର ପିନ୍ଧିଥିବାରୁ କୌଣସି ସ୍ଥାନୀୟ କମ୍ପାନୀରେ କାମ କରି ଫେରୁଥିବାର ସନ୍ଦେହ ସୃଷ୍ଟି କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଆରପି କିମ୍ବା ସ୍ଥାନୀୟ ପୋଲିସ ଘଟଣାସ୍ଥଳର ପହଞ୍ଚିନାହାନ୍ତି । ଅଧିକ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.