ଆଲୋକର ପର୍ବରେ ଅଘଟଣ, ଇଟାଭାଟି ଖାଲରେ ପଡି ଯୁବକଙ୍କ ମୃତ୍ୟୁ…

Published By : Prameya-News7 Bureau | November 14, 2020 IST

ଚଣ୍ଡିଖୋଲ ୧୪।୧୧:  ଚାରିଆଡେ ଆଲୋକର ପୂର୍ବ ଦୀପାବଳି ଚାଲିଥିବା ବେଳେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ପଣସ ପଡିଆରେ ଘଟିଛି ଅଘଟଣ । ଇଟାଭାଟି ଖାଲରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ସୁବାଷ ପରିଡ଼ା ।

{"id":361550,"sizeSlug":"large"}

ଖବର ଅନୁଯାୟୀ, ଆଜି ସକାଳ ସମୟରେ ସୁବାଷ ପରିଡ଼ା ଇଟାଭାଟି ଖାଲକୁ ଯାଉଥିବା ବେଳେ ଗୋଡ ଖସିଯାଇଥିଲା । ଯାହାଫଳରେ କି ପାଣିରେ ପଡିଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରି ଡକାଇଥିଲେ । କିନ୍ତୁ ଡାକ୍ତରଖାନାକୁ ପହଞ୍ଚିବା ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଜେନାପୁର ଥାନା ଅଧିକାରୀ ଆଶିଷ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ମୃତ୍ୟୁର ଖବର ପାଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.