ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି ; ପୋଖରୀରେ ବୁଡି ଚାଲିଗଲା ବୈଷ୍ଣବଙ୍କ ଜୀବନ

Published By : Prameya-News7 Bureau | July 27, 2021 IST

ଚାନ୍ଦବାଲି ୨୭।୦୭: ପୋଖରୀରେ ବୁଡ଼ି ବୃଦ୍ଧ ମୃତ । ମୃତକଙ୍କ ନାମ ବୈଷ୍ଣବ ବେହେରା ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି  ବ୍ଲକ ନାଲଗୁଣ୍ଡା ପଞ୍ଚାୟତରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ନାଲଗୁଣ୍ଡାର ବୈଷ୍ଣବ ବେହେରା ମଙ୍ଗଳବାର ଭୋର ସମୟରେ ଶୌଚ ହେବାକୁ ଗାଁ ପୋଖରୀକୁ ଯାଇଥିଲେ । ହେଲେ ସେଠାରେ ସେ ବୁଡିଯାଇଥିଲା । ବହୁ ସମୟ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲା । ଶେଷରେ ମୃତ ଅବସ୍ଥାରେ ପୋଖରୀରୁ ଠାବ କରିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.