ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଦିନକ ପରେ ନଦୀରୁ ମିଳିଲା ମୃତଦେହ

Published By : Prameya-News7 Bureau | December 07, 2020 IST

ଚାନ୍ଦବାଲି ୦୭।୧୨: କୁମ୍ଭୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ବାଂଶଡା ଥାନା ପଞ୍ଚୁଟିକ୍ରି ଗାଁର ନବଘନ ନାୟକ ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ବାଂଶଡ଼ା ଜୁଆରୀଆ ମନ୍ତେଇ ନଦୀରେ ଘଟିଛି  ଘଟଣା ।

ଖବର ଅନୁଯାୟୀ,  ନବଘନ ନାୟକ ନିକଟସ୍ଥ ମନ୍ତେଇ ନଦୀ ନିକଟକୁ ମାଛ ଧରିବା ପାଇଁ  ଯାଇଥିଲେ । ମାଛ ମରିବା ସମୟରେ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା । ସେପଟେ ନବଘନ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ଏପରିକି ନଦୀ ନିକଟରେ ଆସି ମଧ୍ୟ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।

{"id":373732,"sizeSlug":"large"}

କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିବା ସନ୍ଦେହ କରି ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ସେପଟେ ଧାମରା ଦମକଳ ବିଭାଗକୁ ଏନେଇ ଖବର ଦିଆଯାଇଥିଲା । ଦମକଳ ବିଭାଗ ପକ୍ଷରୁ ବୋଟ ଯୋଗେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ପତ୍ତାମିଳିନଥିଲେ । କିନ୍ତୁ ଆଜି ସକାଳ ସମୟରେ ବୃଦ୍ଧଙ୍କ ଶବ ଭାସିବାରୁ ପରିବାର ଲୋକେ ଖବର ପାଇଥିଲେ । ତୁରନ୍ତ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ  ଶବ ବ୍ୟବଛେଦ ପାଇଁ ପଠାଇଛି  । ବୃଦ୍ଧଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.