କରୋନା ଟିକା ନେବାକୁ ଯାଉଥିଲେ ପତି-ପତ୍ନୀ, ଧକ୍କା ଦେଲା ଟାଟା ଏସି ; ଚାଲିଗଲା ସ୍ତ୍ରୀଙ୍କ ଜୀବନ

Published By : Prameya-News7 Bureau | April 08, 2021 IST

ବୌଦ୍ଧ ୦୮।୦୪: ସାଇକେଲକୁ ଧକ୍କା ଦେଲା ଟାଟା ଏସି । ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ୫୭ନମ୍ବର ଜାତୀୟ ରାଜପଥ ରାଧାନଗର ଗାଁ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗୁରୁବାର ଅପରାହ୍ନ ସମୟରେ ରାଧାନଗର ଗାଁର ଲଳିତ ସାହୁ ଓ ତାଙ୍କ ସ୍ତ୍ରୀ ସାଇକେଲ ଯୋଗେ ନିକଟସ୍ଥ ସ୍କୁଲକୁ ଟିକା ନେବା ପାଇଁ ଯାଉଥିଲେ । ଠିକ୍‌ ଏହି ସମୟରେ ବୌଦ୍ଧ ପଟୁ ଚାରି ଛକ ଆଡକୁ ଯାଉଥିବା ଏକ ଲୁହା ରଡ଼ ବୋଝେଇ ଟାଟା ଏସି ସାଇକେଲ୍‌କୁ ଜୋରଦାର ଧକ୍କା ଦେଇଥିଲା । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.