ପାଣିରେ ପଡିଗଲା ମୋବାଇଲ, ଖୋଜିବାକୁ ଯାଇ ବୁଡିଗଲେ ଯୁବ ଇଞ୍ଜିନିୟର : ୧କିମି ଦୂରରେ ଠାବ ହେଲା ମୃତଦେହ

Published By : Prameya-News7 Bureau | September 14, 2020 IST

ବୌଦ୍ଧ ୧୪।୦୯: ଗାଧୋଇବାକୁ ଯାଇ ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତକ ତାମିଲନାଡୁର ଆର.ମୁକୁନ୍ଦମ । ସେ ଅନୁଗୋଳ ଜିଲ୍ଲା କୁମ୍ଭୀଆ ଠାରେ ଚାଲିଥିବା ମେଗା ଲିଫ୍ଟ ପ୍ରୋଜେକ୍ଟରେ ନିୟୋଜିତ ଥିଲେ।

{"id":329419,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ଆଜି ନିଜ ୩ ଜଣ ସହଯୋଗୀଙ୍କ ସହ ମିଶି ପାଲଝାର ଡ୍ୟାମକୁ ଗାଧୋଇବାକୁ ଆସିଥିଲେ। ଅସାବଧନତା ଯୋଗୁଁ ତାଙ୍କ ମୋବାଇଲ ଫୋନ ପାଣିରେ ପଡିଯାଇଥିଲା। ଯାହାଫଳରେ ସେ  ଡ୍ୟାମ ଭିତରକୁ ଡେଇଁ ପଡ଼ିଥିଲେ ।

{"id":329420,"sizeSlug":"large"}

ତେବେ ଅନେକ ସମୟ ପରେ ମଧ୍ୟ ସେ ବାହାରକୁ ବାହାରିନଥିବାରୁ ସହଯୋଗୀ ମାନେ ମଧ୍ୟ ତାଙ୍କୁ ପାଣି ଭିତରେ ଖୋଜାଖୋଜି କରିଥିଲେ। ଶେଷରେ ନିରାଶ ହୋଇ ବୌଦ୍ଧ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌କୁ ଖବର ଦିଆଯାଇଥିଲା ।

{"id":329422,"sizeSlug":"large"}

ଉଭୟ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି ପରେ ଇଂଜିନିୟରଙ୍କ ମୃତଦେହକୁ ପ୍ରାୟ ୧ କିମି ଦୂରତା ରେ ଠାବ କରିଥିଲେ । ତେବେ ପୋଲିସ ଏହି ଘଟଣାରେ ସମସ୍ତଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.