ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ, ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | October 24, 2020 IST

ବାଙ୍କୀ ୨୪।୧୦: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଛି । ବୋମାମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ବାଙ୍କି ଥାନା ଅନ୍ତର୍ଗତ ଘୋଳପୁର ଗାଁ ଆନନ୍ଦନାଥ ପାଟଣାସାହି ଦୋଳ ମଣ୍ଡପଠାରେ ଘଟିଛି ଅଘଣ । ମୃତକ ହେଲେ ଗୋବିନ୍ଦ ବେହେରା ।

{"id":349803,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଇକ୍‌ରେ ସଉଦା କିଣିବାକୁ ଯାଉଥିବା ବେଳେ ସେହି ଗ୍ରାମର କିଛି ଦୁର୍ବୃତ୍ତମାନେ ଗ୍ରାମ ଦୋଳମଣ୍ଡପ ଠାରେ ଆସୁଥିବାର ଦେଖି ପ୍ରଥମେ ବୋମା ମାଡ଼ କରିଥିଲେ । ପରେ ସେ ତଳେ ପଡିଯିବାରୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.