Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ବରଯାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, କନିଆଁ ଘର ପାଖ ଡ୍ରେନ୍‌ରେ ଖସିପଡିଥିଲେ, ଦୁର୍ଘଟଣା ନା ଗଣ୍ଡଗୋଳ ?

9/03/2021 at 3:22 PM

ବଲାଙ୍ଗିର ୦୯।୦୩ : ଯାଇଥିଲେ ବରଯାତ୍ରୀ ହୋଇ, ହେଲେ ଘଟିଗଲା ଅଘଟଣ । କନିଆଁ ଘର ନିକଟରେ ଥିବା ଏକ ଡ୍ରେନ୍‌ରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ବଲାଙ୍ଗୀର ବ୍ଲକ ଖଇରିପାଲି ଗାଁର ନିରୋଦ ଜୁଏଡ଼ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଖଇରିପାଲିରୁ ଏକ ବର ତୁଷୁରା ଚେମରାମୁଣ୍ଡା ଯାଇଥିଲା । ଉକ୍ତ ବରଯାତ୍ରୀରେ ନିରୋଦ ମଧ୍ୟ ଯାଇଥିଲେ । ଭୋଜି ଖାଇଗାଡ଼ି ପାଖକୁ ଆସୁଥିବା ବେଳେ କନିଆଁ ଘଟ ନିକଟରେ ଥିବା ଏକ ଡ୍ରେନ୍‌ରେ ପଡିଯାଇଥିଲେ । ଯାହାଫଳରେ କି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଶେଷରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହାପରେ ତାଙ୍କୁ ସେଠାରୁ ଉଦ୍ଦାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ରଖାଯାଇଛି । ତେବେ ଉକ୍ତ ବରଯାତ୍ରୀରେ ଗଣ୍ଡଗୋଳ ହୋଇଥିବା ପୋଲିସ ସନ୍ଦେହ କରୁଛି ।

   Related Posts