ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ

Published By : Prameya-News7 Bureau | January 26, 2021 IST

ବଲାଙ୍ଗୀର ୨୬।୦୧: ବିଚାରାଧୀନ କଏଦୀ ମୃତ । ବଲାଙ୍ଗୀର ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀଙ୍କ ନାମ ଗଣେଷ ନାଗ ବୋଲି ଜଣାପଡିଛି । ଏକ ହତ୍ୟା ମାମଲାରେ ବଲାଙ୍ଗୀର ଜେଲ୍‌ରେ ରହିଥିଲେ ।

ଖବର ଅନୁଯାୟୀ, ବଲାଙ୍ଗୀର ସଦର ଥାନା ବାରପୁଗୁଡିଆରେ ଗାଁର ଗଣେଷ ନାଗ ୨୦୧୮ରେ ନିଜ ସ୍ତ୍ରୀଙ୍କ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ସେବେଠାରୁ ସେ ବଲାଙ୍ଗୀର ଜେଲ୍‌ରେ ରହିଆସୁଥିଲେ । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.