Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗାଧୋଇବାକୁ ଯାଇ ଆଉ ଫେରିଲେନି, ପାଣିରେ ବୁଡି ଚାଲିଗଲା ଜୀବନ

2/06/2021 at 7:27 AM

ବିନିକା ୦୨।୦୬: ପାଣିରେ ବୁଡ଼ି ବୃଦ୍ଧ ମୃତ l ସୋନପୁର ଜିଲ୍ଲା ବିନିକା ବ୍ଳକ ଭଣ୍ଡାର ଗ୍ରାମର ମନବୋଧ ଭୁଏ(୭୦)  ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି  ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ମନବୋଧ କାମସାରି ଗାଁ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ମନବୋଧ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ପାଖରେ ଥିବା ରତନ ନାମକ ବ୍ୟକ୍ତି ମନବୋଧ ପାଣି ଭିତରୁ ନଆସିବାରୁ ପାଟି କରିବାରୁ ଅନ୍ୟ ଲୋକମାନେ ଦୌଡି ଆସି ପାଣିରୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ଏକ ବାଇକ୍ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର  ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । 

ଏହାପରେ ରତନ ମନବୋଧଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଖବର ଶୁଣି ବିନିକାରେ ଆସି ପହଞ୍ଚିଥିଲେ । ଏହାପରେ  ସନ୍ଧ୍ୟାରେ  ବିନିକା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ବୁଧବାର ଦିନ ଶବ ବ୍ୟବେଚ୍ଛଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

   Related Posts