Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ବାଇକ୍-ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ

11/12/2020 at 8:27 AM

ଜଳେଶ୍ବର ୧୧।୧୨: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତାର ଦାନ୍ତୁନଦା ଛକଠାରେ ସଡକ ଦୁର୍ଘଟଣା । ବାଇକ୍ ସହ ପିକଅପ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ବିକାଶ ମୁଖୀ । ତାଙ୍କ ଘର ବାଲିଆପାଳ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମୃତ ବିକାଶ ମୁଖୀ ବାଇକ୍ ଯୋଗେ ବାଲିଆପାଳରୁ ଦେଭୋଗ ଛକ ଆଡ଼କୁ ଯାଉଥିବା ସମୟରେ ଦାନ୍ତୁଦା ଛକ ନିକଟରେ ଏକ ପିକଅପ ଭ୍ୟାନ୍ ଧକ୍କା ଦେଇ ପଳାଇଯାଇଥିଲା । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବିକାଶକୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ତେବେ ପିକଅପ ଭ୍ୟାନକୁ ଧରିବାକୁ ଲୋକମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

   Related Posts