Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବିଲରେ ଛିଣ୍ଡି ପଡିଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

16/10/2021 at 2:20 PM

ଭଞ୍ଜନଗର ୧୬।୧୦: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆମ୍ବଡୋଳି ଗାଁରେ ଘଟିଛି ଘଟଣା । ମୃତକ ଆମ୍ବଡ଼ୋଳି ଗାଁର ଲିପୁନ ସ୍ୱାଇଁ ବୋଲି ଜଣାପଡିଛି । ବିଦ୍ୟୁତ ବିଭାଗର ଅବହେଳା ଲାଗି ଏପରି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା ।

ଖବର ଅନୁଯାୟୀ, ଆମ୍ବଡୋଳି ଗାଁର ଲିପୁନୁ ସ୍ୱାଇଁ  ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ଥିବା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ତଳେ ପଡିଥିଲା । ଲିପୁନ ଅଜଣାତରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଯାଇଛି । ପରିବାର ଲୋକେ କ୍ଷତିପୂରଣ ଦାବିରେ କ୍ଷେତ୍ରୀୟବରପୁରଠାରେ ରାସ୍ତାରୋକ କରିଛନ୍ତି । ବିଦ୍ୟୁତ ବିଭାଗର ଅବହେଳାରୁ ଏପରି ଘଟିଥିବା ଅଭିଯୋଗ ମଧ୍ୟ ହୋଇଛି ।  

   Related Posts