ରାଜପଥ କଡ଼ରୁ ଗଳିତ ମୃତଦେହ ଠାବ, ମିଳିନାହିଁ ପରିଚୟ

Published By : Prameya-News7 Bureau | October 21, 2021 IST

ଭଦ୍ରକ ୨୧।୧୦: ରାଜପଥ କଡ଼ରେ ପଡିଛି ଗଳିତ ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ଛକ ନିକଟରୁ ଏହି ମୃତଦେହଟି ପଡିରହିଛି । ତେବେ ମୃତଦେହଟି ପଚିଯାଇଛି । ଲୁଙ୍ଗି ଓ ସାର୍ଟ ପିନ୍ଧା ଅବସ୍ଥାରେ ମୃତଦେହଟି ପଡିଛି । ରାଜପଥ ସମ୍ପ୍ରସାରଣ ବେଳେ ରାଜପଥ ଖୋଳାଯାଇଥିବାରୁ ସେହି ଖାଲରେ ମୃତଦେହଟି ପଡି ରହିଛି । ସ୍ଥାନୀୟ ଲୋକେ ଘଟଣାକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.