Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଅଧା ରହିଗଲା କୁମାର ପୂର୍ଣ୍ଣିମାରେ ନୂଆ ପିନ୍ଧିବା ଆଶା : ଅଜଣା ଗାଡ଼ି ଧକ୍କାରେ ପୁତୁରା ମୃତ, ବାପା-ପୁଅ ଗୁରୁତର

19/10/2021 at 2:10 PM

ବ୍ରହ୍ମପୁର ୧୯।୧୦: ଗଞ୍ଜାମ ଜିଲ୍ଲା ଗୋପାଳପୁର ଛକ ନିକଟରେ ଦୁର୍ଘଟଣା । ଅଜଣା ଗାଡ଼ିରେ ଧକ୍କାରେ ପୁତୁରାର ମୃତ୍ୟୁ ହୋଇଥିବା ବେଳେ ବାପ-ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଏନ୍‌ ଭେଙ୍କଟେଶ ରେଡ୍ଡୀ ହୋଇଥିବା ଗୁରୁତର ଏନ୍‌. ସନ୍ତୋଷ ରେଡ୍ଡୀ ଓ ତାଙ୍କ  ପୁଅ ଏନ୍‌ ଭବାନୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଅଧା ରହିଗଲା କୁମାର ପୂର୍ଣ୍ଣିମାରେ ନୂଆ ପୋଷାକ ପିନ୍ଧିବା ଆଶା। ବ୍ରହ୍ମପୁରରୁ ଡ୍ରେସ କିଣି ଫେରୁଥିବା ବେଳେ  ଗୋପାଳପୁର ଛକ ଭକ୍ତ ସାଲବେଗ ନଗର ନିକଟରେ ଘଟିଲା ଦୁର୍ଘଟଣା । ଜାତୀୟ ରାଜପଥ ୧୬ରେ  ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ତିନିଜଣ ଆସୁଥିବା ମୋଟର ସାଇକଲ (ଓଆର୍୦୭ଏନ୍-୭୯୩୯)କୁ ଧକ୍କା ଦେଇ ଚମ୍ପଟ ମାରିଥିଲା।

ଧକ୍କା ଏତେ ଜୋରରେ ଥିଲା ଯେ ମୋଟର ସାଇକେଲ ରାଜପଥ କଡ ନାଳରେ ଛିଟିକି ପଡିଥିଲା। ଏପରିକି ଘଟଣାସ୍ଥଳରେ ପୁତୁରା ଭେଙ୍କଟେଶଙ୍କ ଜୀବନ ଚାଲିଯାଇଥିଲା । ଅନ୍ୟ ୨ଜଣ ବାପ-ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ନିକଟସ୍ଥ କରାପଲ୍ଲୀ ଗ୍ରାମର ବୋଲି ଜଣାପଡିଛି। ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

   Related Posts