ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ, ଭାଲୁ ଆକ୍ରମଣରେ ହୋଇଥିଲେ ଗୁରୁତର
4/04/2021 at 12:11 PM

ପାଟଣା ୦୪।୦୪: ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ । ଭାଲୁ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ ବୃଦ୍ଧା । ମୃତକ ମାଣିକ ସିଂହ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେତାଙ୍ଗ ଗାଁର ଘଟଣା ।
ଖବର ଅନୁଯାୟୀ, ଗତ ୨୨ତାରିଖ ଦିନ ସକାଳ ସମୟରେ ମାଣିକ ଶୌଚ ହେବାକୁ ଯାଉଥିବା ବେଳେ ଗାଁ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲା । ଆକ୍ରମଣରେ ବୃଦ୍ଧାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହାପରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଏବେ ମୃତ୍ୟୁ ଘଟିଛି ।