କଲେଜ ନ ଯାଇ ହୋଟେଲରେ ପ୍ରେମିକ ସହ ବିତାଉଥିଲେ ସମୟ, ହଠାତ ଚାଲିଗଲା ପ୍ରେମିକାର ଜୀବନ...

Published By : Prameya-News7 Bureau | May 09, 2022 IST

ବରଗଡ଼ ୦୯।୦୫: ପ୍ରେମିକାର ସନ୍ଦେହ ଜନକ ମୃତ୍ୟୁ । କଲେଜକୁ ନଯାଇ, ହୋଟେଲକୁ ଯାଇଥିଲେ । ହୋଟେଲରେ କିଛି ସମୟ ବିତାଇଲେ ପ୍ରେମିକା-ପ୍ରେମିକ । ତାପରେ ଅଚାନକ ପ୍ରେମିକାର ହୋଇଗଲା ମୃତ୍ୟୁ। ଏଭଳି ଏକ ସମ୍ଵେଦନୀଳ ଘଟଣା ବରଗଡ ସହରରେ ଘଟିଛି। ନାବାଳିକା ପ୍ରେମିକାର ଏଭଳି ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପୋଲିସ ଆଗରେ ସତ ମାନିଛି ପ୍ରେମିକ । ପ୍ରେମିକ ଜଣକ ବଲାଙ୍ଗୀରର ହୋଇଥିବା ବେଳେ ନାବାଳିକା ପ୍ରେମିକା ବରଗଡ଼ ଗାଇସିଲେଟ୍‌ ଅଞ୍ଚଳର। ଏହି ଘଟଣା ବରଗଡରେ ହଇଚଇ ସୃଷ୍ଟି କରିଛି ।

ଖବର ଅନୁଯାୟୀ, ନାବାଳିକା ଜଣଙ୍କ ବରଗଡ଼ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ର ଛାତ୍ରୀ ।  ପ୍ରତିଦିନ ପରି ଆଜି ମଧ୍ୟ ସେ କଲେଜ ଅଭିମୁଖେ ବାହାରିଥିଲେ । ଘରୁ ବାହାରି ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । ଆଉ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ ପ୍ରେମିକ। ନାବାଳିକା ଜଣଙ୍କ କଲେଜ ଯିବା ବଦଳରେ ଏକ ଗାଡିରେ ବସି ବରଗଡ଼ ରେଲଓ୍ୱ ଷ୍ଟେସନ ଯାଇଥିଲେ । ସେଠାରେ ପ୍ରେମିକଙ୍କ ସହ ଏକ ଲଜ୍‌କୁ ଯାଇଥିଲେ। ହେଲେ ଲଜ୍‌ରେ କିଛି ସମୟ ବିତାଇବା ପରେ ହଠାତ୍‌ ପ୍ରେମିକାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପୋଲିସ ଆଗରେ ପ୍ରେମିକ ଯାହା କହିଲା, ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଶାରୀରିକ ସଂପର୍କ ରଖିବା ପରେ ପ୍ରେମିକାର ମୃତ୍ୟୁ ଘଟିଥିବା ପୋଲିସ ଆଗରେ କହିଛି ପ୍ରେମିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.