କୁଶଭଦ୍ରା ନଦୀ ପାର୍ ହେଉଥିଲେ ବୃଦ୍ଧା, ଦଳରେ ଛନ୍ଦି ହୋଇ ଚାଲିଗଲା ଜୀବନ

Published By : Prameya-News7 Bureau | April 15, 2021 IST

ବାଲିପାଟଣା ୧୫।୦୪: ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ । ବାଲିଅନ୍ତା ଥାନା ଅନ୍ତର୍ଗତ କୁଶଭଦ୍ରା ନଦୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ବାଲିଅନ୍ତା ଥାନା କାକରୁଦ୍ରପୁରର ରାଧାମଣୀ ପରିଡା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ରାଧାମଣୀ ବେଣୁପୁରର ଥିବା ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିଲେ । ଯୋଗାସାହିରୁ ଆମ୍ବ ତୋଲିବାକୁ କୁଶଭଦ୍ରା ନଦୀ ପାର୍‌ ହେଉଥିଲେ । ହେଲେ ନଦୀ ପାର୍‌ ହେଉଥିବା ବେଳେ ତାଙ୍କର ପାଣିରେ ବୁଡି ଜୀବନ ଯାଇଛି । ନଦୀରେ ଥିବା ଦଳରେ ଛନ୍ଦି ହୋଇ ତାଙ୍କର ମୃତ୍ୟୁ  ହୋଇଯାଇଛି । ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ରାଧାରାଣୀଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ଘଟଣାରେ ଅଧିକା ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.