ବିଦ୍ୟୁତ୍ ମରାମତି କରୁଥିଲେ ଯୁବକ, ହଠାତ୍‌ ଲାଗିଲା ଝଟ୍‌କା ; ଆଉ ତା ପରେ...

Published By : Prameya-News7 Bureau | November 07, 2021 IST

ବାଲିପାଟଣା ୦୭।୧୧: ବାଲିପାଟଣା ଥାନା ମଝିହରା ବସ୍ତିରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ମୁଣ୍ଡହଣାପାଟଣା ଗାଁର ସନାତନ ସେନାପତି । ବିଦ୍ୟୁତ୍‌ ଆଘାତ ପରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା  । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ, ସନାତନ ସକାଳଳେ ମଝିହରା ବସ୍ତିରେ ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍‌ ମରାମତି କରିବା ପାଇଁ ଯାଇଥିଲେ । ମରାମତି ବେଳେ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା । ବିଦ୍ୟୁତ୍‌ ଆଘାତରେ ସନାତନ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା  । ସେତେ ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.