ଟ୍ରାକ୍ଟରରେ ପିଲର୍ ବୋହିବା ବେଳେ ଅଘଟଣ, ଜଣେ ଶ୍ରମିକ ମୃତ

Published By : Prameya-News7 Bureau | June 25, 2020 IST

ବାଲେଶ୍ୱର ୨୫।୦୬: ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରର ଶୋଭାରାମପୁର ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ମୃତକ  ସୁନାରାମ ସୋରେନ୍‌ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ଶୋଭାରାମପୁର ଅଞ୍ଚଳରେ ରାସ୍ତା କାମ ହେଉଥିଲା। ଶ୍ରମିକ ଭାବେ ତେଲେଙ୍ଗାସାହି ଅଂଚଳର  ସୁନାରାମ ସୋରେନ(୪୦) ଅନ୍ୟ ଶ୍ରମିକଙ୍କ ସହ ମିଶି କାମ କରିବାକୁ ଆସିଥିଲେ। ଟ୍ରାକ୍ଟରରେ ଏକ କଂକ୍ରିଟ ପିଲରକୁ ଅନ୍ୟତ୍ର ନିଆଯାଉଥିଲା। ତାହା ଉପରେ ସୁନାରାମ ବସିଥିଲେ। ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଯିବାରୁ ସୁନାରାମ ତଳେ ପଡ଼ିଯାଇ ଥିଲେ। ଯାହାଫଳରେ କି ତାଙ୍କ ଉପରେ କଂକ୍ରିଟ ପିଲର ପଡିଯିବାରୁ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.