ବଜ୍ରାଘାତରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

Published By : Prameya-News7 Bureau | June 09, 2020 IST

ଦେବଗଡ ୯।୬: ବଜ୍ରପାତ ନେଲା ଜୀବନ । ଦେବଗଡ ଜିଲ୍ଲା ନୂଆଡିହି ପଞ୍ଚାୟତ ଅନ୍ତର୍ଗତ ପୋଡାଡିହି ଗ୍ରାମର ଜଣେ ମତ୍ସ୍ୟଜୀବୀଙ୍କ ବଜ୍ରାଘାତ ମୃତ୍ୟୁ ହୋଇଛି । ମୃତ ମତ୍ସ୍ୟଜୀବୀ ଜଣଙ୍କ ହେଲେ ଜିତୁ ଧୀବର ।

ସୂଚନାଯୋଗ୍ୟ ଯେ, ଜିତୁ ଗ୍ରାମ ନିକଟସ୍ଥ ରେଙ୍ଗାଳି ନଦୀବନ୍ଧ ଜଳଭଣ୍ଡାରକୁ ସୋମବାର ସନ୍ଧ୍ୟାରେ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ଝଡତୋଫାନ ହୋଇଥିଲା । ଏଥିଯୋଗୁଁ ସେ କୂଳକୁ ଚାଲିଆସିଥିଲେ । ଜଳଭଣ୍ଡାର କୂଳରେ ଏକ କୁଡିଆ ଘର ମଧ୍ୟରେ ଥିବାବେଳେ ବଜ୍ରପାତରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଖବରପାଇ ଗ୍ରାମବାସୀମାନ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.