ସାପ କାମୁଡ଼ାରେ ଗଲା ଝିଅର ଜୀବନ, ମାଆ ଗୁରୁତର

Published By : Prameya-News7 Bureau | July 03, 2021 IST

ଅନୁଗୁଳ ୦୩।୦୭: ଅନୁଗୁଳ ଖଲାରୀ ଗାଁରେ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ଚାଲିଯାଇଛି ଜଣଙ୍କ ଜୀବନ । ଅନ୍ୟଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ , ବିଷଧର ସାପ କାମୁଡ଼ାରେ ଝିଅର ମୃତ୍ୟୁ ହୋଇଛି । ମୃତକ ୫ବର୍ଷୀୟ ଜେସି ନାଥ ବୋଲି ଜଣାପଡିଛି । ସେହିପରି ସାପ କାମୁଡ଼ାରେ ମା ଗୁରୁତର ହୋଇଛନ୍ତି । ମା ଶିବାନୀ ନାଥଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଶିବାନୀଙ୍କ ଶାଶୁଘର ଢେଙ୍କାନାଳ ଘଟିପିରି ଗାଁରେ । ସ୍ବାମୀଙ୍କ ମୁତ୍ୟୁ ପରେ ସେ ଅନୁଗୁଳ ଖଲାରୀ ସ୍ଥିତ ନିଜ ବାପ ଘରେ ରହିଆସୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.