ବାଲି ଉଠାଣ ଲାଗି ଘାଟକୁ ଯାଇଥିଲେ, ଟ୍ରକ ଧକ୍କାରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | April 11, 2021 IST

ଆନନ୍ଦପୁର ୧୧।୦୪: ଟ୍ରକ ଧକ୍କାରେ ଡ୍ରାଇଭର ମୃତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଆମ୍ବୋ ବାଲିଘାଟରେ ଘଟିଛି ଅଘଟଣ । ମୃତ ଡ୍ରାଇଭର ସୟଦ ସାହାଜାନ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବୈତରଣୀ ନଦୀର ଅମ୍ବୋ ବାଲିଘାଟରୁ ବାଲି ବୋଝେଇ ପାଇଁ ଯାଇଥିଲେ । ଘାଟରେ ଗାଡି ଲଗାଇ ଛିଡ଼ା ହୋଇଥିବା ସମୟରେ ଅନ୍ୟ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଏପିରିକି ଟ୍ରକ ତାଙ୍କ ଗୋଡ଼ ଉପରେ ଚଢିଯାଇଥିଲା ।  ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଡ୍ରାଇଭର ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୟଦ ସାହାଜାନ ବୋଲି ଜଣାପଡିଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସେପଟେ ମୃତ୍ୟୁର ଖବର ପାଇ ସୟଦଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.