ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ

Published By : Prameya-News7 Bureau | February 28, 2021 IST

ପାଟଣା,୨୮/୦୨: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଜଜପଶି-ଉଖୁଣ୍ଡା ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ଉଖୁଣ୍ଡା ରାସ୍ତାର ବଳାଜାହ୍ନବୀ ପୋଲ ନିକଟରେ ଜଣେ ବାଇକ ଆରୋହୀ କେଉଁ ଆଡେ ଯାଉଥିଲେ । ସେହି ସମୟରେ ଏକ ହାଇଓ୍ୱା ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଏପରିକି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତକ ଜଣଙ୍କ ମୟୁରଭଞ୍ଜ ହଳଦିଆ ଗ୍ରାମର ରଣଜିତ ନାଏକ ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.