ରାଇସ୍ ମିଲ୍ ଶ୍ରମିକଙ୍କୁ ଧକ୍କା ଦେଲା କାର୍, ଘଟଣାସ୍ଥ‌ଳରେ ମୃତ୍ୟୁ

Published By : Prameya-News7 Bureau | October 25, 2021 IST

ସମ୍ବଲପୁର ୨୫।୧୦: ସମ୍ବଲପୁର ବୁର୍ଲା ଥାନା ଏକ ଢାବା ନିକଟ କୁଲେର ଜୋର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ରାଇସ୍ ମିଲର ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ବୁର୍ଲା ଥାନା ଏକ ଢାବା ନିକଟ କୁଲେର ଜୋର ନିକଟରେ ଶ୍ରମିକଙ୍କୁ ଧକ୍କା ଦେଲା କାର୍ । ବରଗଡ ପଟୁ ଆସୁଥିବା ଓଡି୨୩ଏଚ୍ ୭୧୭୭ ନମ୍ବର ବିଶିଷ୍ଟ କାର୍ ଜଣେ ରାଇସ୍ ମିଲର ଶ୍ରମିକଙ୍କୁ ମଝି ରାସ୍ତାରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥ‌ଳରେ ଶ୍ରମିକ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ରମିକ ଜଣଙ୍କ ହେଲେ ମଧ୍ୟପ୍ରଦେଶ ପଞ୍ଚାଗାଓଁର କୁମେର ସିଂ ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା ପରେ କାରଟି ରାସ୍ତା ତଳକୁ ଖସିପଡିଥିବା ବେଳେ କାରରେ ଥିବା ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବୁର୍ଲା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.