ଫୁଲବାଣୀ ୫।୧୦: ଫୁଲବାଣୀର ଗୁଦାରିଠାରେ ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ବାଇକ୍ । ବାଇକରେ ଥିବା ୩ ଜଣ ନାବାଳକ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳୁ ଫୁଲବାଣୀଠାରୁ ୩ ଜଣ ନାବାଳକ ଗୋଟିଏ ବାଇକରେ ଖଜୁରୀପଡ଼ା ଯାଉଥିବା ବେଳେ ଗୁଦାରୀନିକଟ ମଲ୍ଲିକ ସାହିଠାରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ବାଇକରେ ଥିବା ୩ ଜଣ ନାବାଳକ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଜାଣିବା ପରେ ଗ୍ରାମବାସୀ ଘଟଣାସ୍ଥଳରୁ ଦୁଇ ଜଣ ଆହତ ନାବାଳକକୁ ଉଦ୍ଧାର କରିଥିଲେ । ପୋଲିସକୁ ଖବର ଦେବା ସହ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ । ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ଅମ୍ବାଲାପଡାର ଡି ଆଦର୍ଶ କୁମାର । ଖଜୁରୀପଡା ପୋଲିସ ଘଟଣାର ତଦନ୍ତ କରୁଛି ।