Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ପରିବାରଲୋକଙ୍କ ଏନଏଚ ଅବରୋଧ

24/05/2020 at 9:56 AM

କାମାକ୍ଷାନଗର ୨୪।୫: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ପରଜଙ୍ଗ ଥାନା କଟୁମୁଣ୍ଡା ଗ୍ରାମର ମାୟାଧର ନାୟକ । ୧୪୯ ନମ୍ବର ଜାତୀୟ ଘାଗରାମୁଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ମାୟାଧର ଗତକାଲି ସନ୍ଧ୍ୟାଠାରୁ ଘରୁ ଆସି ଆଉ ଫେରି ନଥିଲେ । ରବିବାର ସକାଳୁ ତାଙ୍କ କ୍ଷତବିକ୍ଷତ ମୃତଦେହ ୧୪୯ ନମ୍ବର ଜାତୀୟ ରାଜପଥ ଘାଗରାମୁଣ୍ଡା ଛକ ନିକଟରେ ପଡିଥିଲା । ଖବର ପାଇ ଘରଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘରଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା ।

ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେବାର ପ୍ରାୟ ୨ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

   Related Posts