ଗଜଲକ୍ଷ୍ମୀ ପୂଜା ଭସାଣ ବେଳେ ଅଘଟଣ, ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

Published By : Prameya-News7 Bureau | October 26, 2021 IST

ଜଗତସିଂହପୁର ୨୬।୧୦: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶଙ୍ଖେଶ୍ବର ଗାଁରେ ଅଘଟଣ । ଗଜଲକ୍ଷ୍ମୀ ମୂର୍ତ୍ତି ଭସାଣ ବେଳେ ଟ୍ରାକ୍ଟର ମାଡିଯାଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ବଡ଼ ଜିଗଲ ଗାଁର ବାବୁଲି ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ଶଙ୍ଖେଶ୍ବର ବଡ଼ ଜିଗଲ ଗାଁରେ ଗଜଲକ୍ଷ୍ମୀ ମୂର୍ତ୍ତି ଭସାଣ ପାଇଁ ଶୋଭାଯାତ୍ରା ଚାଲିଥିବା ବେଳେ ମେଢ଼ ଯାଉଥିବା ଟ୍ରାକ୍ଟରଟି ବାବୁଲିଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.