Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ସାଇକେଲ୍ ଆରୋହୀଙ୍କ ଉପରେ ଚଢିଗଲା କଣ୍ଟେନର, ଆରୋହୀ ମୃତ

10/12/2020 at 3:42 PM

ଭଦ୍ରକ ୧୦।୧୨: ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ସାଇକେଲରେ ଯାଉଥିବା ବେଳେ ଚଢିଗଲା କଣ୍ଟେନର । ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ।

ସୂଚନାଯୋଗ୍ୟ ଯେ, ପାଳଦା ଗାଁର ଅବସରପ୍ରାପ୍ତ ଶିକ୍ଷକ କୌଣସି କାମ ପାଇଁ ଭଣ୍ଡାରୀପୋଖରୀ ବଜାରକୁ ସାଇକେଲରେ ଯାଉଥିଲେ । ଏହି ସମୟ ରେ ଏକ କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ପୋଲିସ ଜବତ କରିଛି । ଗାଡି ର ଡ୍ରାଇଭର କୁ ମଧ୍ୟ ପୋଲିସ ଅଟକ ରଖିଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା । ସ୍ଥାନୀୟ ଲୋକେ ରାଜପଥରେ ଗାଡି ଅଟକାଇଥିଲେ । ପରେ ଭଣ୍ଡାରୀପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

   Related Posts