ରାସ୍ତାରେ ଅଟକିଥିଲେ ଚଢିଗଲା ଟ୍ରକ୍, ଶୌଚାଳୟ ଯାଇଥିବାରୁ ବଞ୍ଚିଗଲା ସାଙ୍ଗ

Published By : Prameya-News7 Bureau | August 21, 2020 IST

ଆନନ୍ଦପୁର ୨୧।୮: ଏମିତି ବି ଆସେ ମୃତ୍ୟୁ । ସାଙ୍ଗ ହୋଇ ବାଇକ୍ ରେ ତେଲ ଭରିବାକୁ ଯାଇଥିଲେ ଦୁଇ ସାଙ୍ଗ । ବାଇକ୍ ରଖି ଜଣେ ସାଙ୍ଗ ଶୌଚାଳୟ ଯାଇଥିବା ବେଳେ ଅନ୍ୟ ଜଣଙ୍କ ଉପରେ ଟ୍ରକ୍ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଛି ।

ସୂଚନାଯୋଗ୍ୟ ଯେ, ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ ରବଗୋହିରା ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁଇ ସାଙ୍ଗ ବାଇକ୍ ରେ ତେଲ ଭରିବାକୁ ଯାଉଥିଲେ । ବାଇକ୍ ରଖି ଜଣେ ସାଙ୍ଗ ଶୌଚାଳୟ ଯାଇଥିବା ସମୟରେ ଅନ୍ୟଜଣେ ରାସ୍ତା କଡରେ ବାଇକ୍ ଉପରେ ବସି ରହିଥିଲେ । ଏତିକିବେଳେ ଏକ ଟ୍ରକ୍ ହଠାତ୍ ବାଇକ୍ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ବାଇକ୍ ରେ ବସିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଘସିପୁରା ଗାଁର ବିଶ୍ବନାଥ ପାତ୍ର । ସେ ତାଙ୍କ ସାଙ୍ଗ ଶୈଲଙ୍ଗ ଗାଁର ରାଜେନ୍ଦ୍ର ସାଙ୍କ ସହ ଯାଉଥିବା ସମୟରେ ଏକ ଲୁହାପଥର ବୋଝେଇ ଟ୍ରକ୍ ମାଡିଯାଇଥିଲା । ଦୁର୍ଘଟଣା ପରେ ଟ୍ରକ୍ ଟି ଓଲଟି ପଡିଛି । ଗୁରୁତର ଟ୍ରକ୍ ଡ୍ରାଇଭରଙ୍କୁ ଘସିପୁରା ପୋଲିସ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.