ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଆଉ ତାପରେ…

Published By : Prameya-News7 Bureau | August 16, 2020 IST

କେନ୍ଦୁଝର ୧୬।୦୮: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖୁଣ୍ଟାପଡ଼ା ଗାଁରେ ନିଟକ ଜଙ୍ଗଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତ ବ୍ୟକ୍ତିଙ୍କୁ (ରାଜୁ) ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ମୃତକଙ୍କ ନାମ ରବି ବୋଲି ଜଣାପଡିଛି । ଉଭୟ ଝୁମ୍ପୁରା ବ୍ଲକ ଉଖୁଣ୍ଡା ପଞ୍ଚାୟତ କାଶିପୁର ଗାଁ ବୋଲି ଜଣାପଡିଛି ।

{"id":315182,"sizeSlug":"large"}

ସୂଚନାଯୋଗ୍ୟ ଯେ, କାଶୀପୁର ଗାଁର ରାଜୁ ଓ ରବି ବାଇକ ଯୋଗେ ଆସୁଥିଲେ  । କିନ୍ତୁ ବାଇକ୍‌ ଆସୁଥିବା ସମୟରେ ହଠାତ୍‌ ଝୁମ୍ପୁରା ଥାନା ଖୁଣ୍ଟପଡ଼ା ଗାଁ ଜଙ୍ଗଲ ରାସ୍ତା ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଯାଇଥିଲେ । ଗଛରେ ଧକ୍କା ହେବା ପରେ ଉଭୟ ଅଚେତ ଅବସ୍ଥାରେ ପଡିରହିଥିଲେ । ତେବେ ଦୁର୍ଘଟଣା ହେବାର ଦେଖି ଗାଁ ଲୋକେ ତୁରନ୍ତୁ ୧୦୮ଆମ୍ବୁଲାନ୍ସ ଯୋଗେ ଉଭୟଙ୍କ ନିକଟସ୍ଥ ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ଦୁଇଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥ ସଙ୍କଟାପନ୍ନ ଥିବାରୁ , ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଦୁର୍ଘଟଣର ଖବର ପାଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଦୁର୍ଘଟଣାରେ ମୃତ ବ୍ୟକ୍ତି ଓ ଆହତ ବ୍ୟକ୍ତି ଝୁମ୍ପୁରା ବ୍ଲକ୍ ଉଖୁଣ୍ଡା ପଞ୍ଚାୟତ କାଶିପୁର ଗାଁର ରବି ଓ ରାଜୁ ବୋଲି ଜଣପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.