ପରିବାରର ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ : ସ୍ତ୍ରୀ ମୃତ, ସ୍ୱାମୀ-ଝିଅ ଗୁରୁତର

Published By : Prameya-News7 Bureau | July 06, 2020 IST

ଯାଜପୁର ୦୬।୦୭: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଓ ଝିଅ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ବାପା ଓ ଝିଅକୁ କଟକ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଧର୍ମଶାଳା ଥାନା ମିର୍ଜାପୁର ପଂଚାୟତ ର ମହାନ୍ତି ସାହି ରେ  ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ହତ୍ୟାକଣ୍ଡରେ  ଜଣେ ମୃତ ଓ ଦୁଇ ଜଣ  ଗୁରୁତର ହୋଇଛନ୍ତି  I ତରୁଲତା ବିଶ୍ୱାଳ ଦୀର୍ଘ ୨୫ବର୍ଷ ହେବ ମିର୍ଜାପୁର ମହାନ୍ତି ସାହିରେ ଏକ ଭଡା ଘରେ ରହି ଆସୁଥିଲେ I ତାଙ୍କ ସହ ତାଙ୍କ ସ୍ୱାମୀ ନିତ୍ୟରଞ୍ଜନ ମଲିକ ଓ ଝିଅ ଜୟଶ୍ରୀ ମଲିକ ରହୁଥିଲେ । ତରୁଲତା ନିକଟସ୍ଥ ମିର୍ଜାପୁର ଅନନ୍ତ କୁମାରୀ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଆଜି ସକାଳୁ ତରୁଲତା ରହୁଥିବା ଭଡାଘର ଅଗଣାରେ ତରୁଲତାଙ୍କ ମୃତ ଦେହ ପଡିଥିବାର ପଡୋଶୀ ଲୋକେ ଦେଖିବାକୁ ପାଇଥିଲେ । ଏହାସହ ତରୁଲତାଙ୍କ ସ୍ୱାମୀ ନିତ୍ୟାନନ୍ଦ ମଲିକ ଓ ଝିଅ ଜୟଶ୍ରୀ ମଲିକ ଗୁରୁତର ଥିବା ଦେଖିବାକୁ ପାଇଲେ । ଖବର ପାଇ ଧର୍ମଶାଳା ଥାନା IIC ପହଞ୍ଚ ତରୁଲତା ଏବଂ ଦୁଇ ଆହତ ନିତ୍ୟ ରଞ୍ଜନ ମଲିକ ଓ ଜୟଶ୍ରୀ ମଲିକଙ୍କୁ ମେଡିକାଲ ପଠାଯାଇଥିଲା ।  ମୃତ ତରୁଲତା ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରି  ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।  SDPO ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.