ହାତୀ ଆକ୍ରମଣରେ ବୃଦ୍ଧ ମୃତ, ୨ ଜଣ ଆହତ

Published By : Prameya-News7 Bureau | February 23, 2020 IST

ନିମାପଡା ୨୩।୨: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ୬୦ ବର୍ଷୀୟ ଯୁଗୋଳ କିଶୋର ଭଟ୍ଟ । ଆଉ ୨ ଜଣ ଆହତ ହେଲେ ବାମନ ପୃଷ୍ଟି ଏବଂ ହାଡ଼ିବନ୍ଧୁ ସାହୁ । ଉଭୟଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଘର ଗୋପୀନାଥପୁର ଗାଁରେ । ହାତୀ ଆତଙ୍କରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ଘଟଣାସ୍ଥଳରେ ବଳଙ୍ଗା ପୋଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.