କଣ୍ଟେନରକୁ ଧକ୍କା ଦେଲା ଟ୍ରକ୍ : ଜଣେ ଡ୍ରାଇଭର ମୃତ, ଦୁଇ ଆହତ

Published By : Prameya-News7 Bureau | March 15, 2020 IST

ସୋର ।୩: ୧୬ନଂ ଜାତୀୟ ରାଜପଥରେ ଟ୍ରକ୍ ସହିତ କନେଣ୍ଟର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।

{"id":238602,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ବାରିକପୁରଠାରେ କନେଣ୍ଟରକୁ ଏକ ପଥର ବୋଝେଇ ଟ୍ରକ୍ ପଛରୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ ଡ୍ରାଇଭରଙ୍କ ମୁତ୍ୟୁ ହୋଇଛି। କଣ୍ଟେନର ଡ୍ରାଇଭର ଟ୍ରକ୍ ହେଲପର ଆହତ ହୋଇଛନ୍ତି । ଆହତ ଏବଂ ମୃତକଙ୍କ ପରିଚୟ ମିଳିପାରି ନାହିଁ।

{"id":238603,"sizeSlug":"large"}

ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ଆହତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ପଠାଇଛି । ରାସ୍ତା କ୍ଲିୟର କରିବାରୁ ରାଜପଥରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.