ଭୂତଳ ଖଣିରେ ଦୁର୍ଘଟଣା : କୋଇଲା ଅତଡା ଧସି ଜଣେ ମୃତ, ଜଣେ ଆହତ

Published By : Prameya-News7 Bureau | August 20, 2020 IST

ଅନୁଗୋଳ ୨୦।୮: ତାଳଚେର ନଦୀରା ଭୂତଳ କୋଇଲା ଖଣିରେ ଅଘଟଣ । କୋଇଲା ଅତଡା ପଡି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି । ମୃତକ ଖଣି କର୍ମଚାରୀ ହେଲେ ଗଙ୍ଗାଧର ଦାସ । ଘଟଣାସ୍ଥଳରେ ଖଣିର ସମସ୍ତ କର୍ମଚାରୀ ପହଁଚି କ୍ଷତିପୂରଣ ଦାବିରେ ଧାରଣରେ ବସିଛନ୍ତି ।

{"id":317531,"sizeSlug":"large"}

ଗୁରୁବାର ସକାଳ ସମୟରେ ଗଙ୍ଗାଧର ଖଣି ଭିତରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ଉପରେ ବଡ଼ବଡ଼ କୋଇଲା ଖଣ୍ଡ ପଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖଣିରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ଉପରିସ୍ଥ ଅଧିକାରୀ ଖଣି ଭିତରକୁ ନଯିବାରୁ ଏହି ଅଘଟଣ ଘଟିଛି ବୋଲି ଖଣି କର୍ମଚାରୀ ଅଭିଯୋଗ କରିଛନ୍ତି । କ୍ଷତିପୂରଣ ଦାବିରେ ଲୋକମାନେ ଖଣି ଆଗରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ତାଳଚେର କୋଳିୟାରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.