ପିକଅପ୍‌ ଧକ୍କାରେ ବାଇକ ଆରୋହୀ ମୃତ, ଶୌଚ ପାଇଁ ଯାଇଥିବା ଜଣେ ବ୍ୟକ୍ତି ଗୁରୁତର

Published By : Prameya-News7 Bureau | October 05, 2021 IST

ସାନଖେମୁଣ୍ଡି ୦୫/୧୦ : ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟା ସମୟରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଟିଗୁଡ଼ା ପଞ୍ଚାୟତ ସିନ୍ଧୁରପୁର ଗ୍ରାମ ନିକଟରେ ଘଟିଛି ଦୁର୍ଘଟଣା l ପିକଅପ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ଶୌଚ ପାଇଁ ଯାଇଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି l ମୃତକ ଜଣଙ୍କ ହେଲେ ରଥପୁର ଗ୍ରାମର ଅମିନ ଗୌଡ଼ ଏବଂ ଗୁରୁତର ଜଣଙ୍କ ହେଲେ କୃଷ୍ଣପୁର ବିଚି ପ୍ରଧାନ l

ସୂଚନା ମୁତାବକ, ପାଟପୁର ଥାନା ପୋଡାମାରି ଫାଣ୍ଡି ପୋଲିସ ସିନ୍ଧୁରପୁର୍ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଏକ OR02AQ2078 ପିକଅପ ଭ୍ୟାନ ଦ୍ରୁତ ଗତିରେ ଯାଇ ଗୋଟାଏ ମୋଟର ସାଇକେଲକୁ ଧକ୍କା ଦେଇ ପରେ ରାସ୍ତା କଡ଼ରେ ଶୌଚ ହେଉଥିବା ଜଣେବ୍ୟକ୍ତିଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡ଼ିକୁ ଜବତ କରିଥିବା ବେଳେ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେl ଡ଼ାକ୍ତରଖାନାରେ ଡାକ୍ତର ଅମିନ ଗୌଡ଼କୁ ମୃତ୍ ଘୋଷଣା କରିଥିବା ବେଳେ ଗୁରୁତର ବିଚିକୁ ବ୍ରହ୍ମପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.