ରାସ୍ତାରେ ଛଟପଟ ଦୁର୍ଘଟଣାଗ୍ରସ୍ତଙ୍କୁ ଲୋକେ ଦେଖିଲେ କିନ୍ତୁ ଡାକ୍ତରଖାନା ନେଲେନାହିଁ, ପୋଲିସ ନେଲା କିନ୍ତୁ ଜଣେ ବଞ୍ଚିଲେନି

Published By : Prameya-News7 Bureau | February 19, 2020 IST

ଭଦ୍ରକ ୧୯।୨: ହଜିଗଲା ମାନବିକତା । ଦୁର୍ଘଟଣା ପରେ ରାସ୍ତାରେ ପଡି ପଡି ଚାଲିଗଲା ଯୁବକଙ୍କ ଜୀବନ । ମଝି ରାସ୍ତାରେ ବାଇକ୍ ଉପରେ ଚଢିଗଲା ଟ୍ରକ୍ । ଲୋକେ ଦେଖିଲେ । ଫଟୋ ମଧ୍ୟ ଉଠାଇଲେ । ପୋଲିସ ପହଞ୍ଚି ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ମୃତ ଘୋଷଣା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାହାପୁର ଛକ ନିକଟରେ ।

{"id":226303,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦୁଇ ଜଣ ବାଇକରେ ଭଦ୍ରକ ଆସୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା । ବାଇକ୍ ଚଳାଉଥିବା ବ୍ୟକ୍ତି ଡାହାଣ ପାଖକୁ ଓଲଟି ପଡିଥିବା ବେଳେ ଅନ୍ୟ ଜଣେ ଗାଡି ସମ୍ମୁଖରେ ପଡିଯିବାରୁ ଟ୍ରକଟି ତାଙ୍କ ଅଣ୍ଟା ଉପରେ ଚଢିଯାଇଥିଲା । ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତକ ଦୀର୍ଘ ସମୟ ଧରି ରାସ୍ତା ଉପରେ ପଡିରହିଥିଲେ । ଲୋକେ ଦେଖୁଥିଲେ ମଧ୍ୟ ପୋଲିସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.