Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବଜ୍ରାଘାତରେ ଜଣଙ୍କର ମୃତ୍ୟୁ, ଅନ୍ୟ ୪ ଜଣ ଗୁରୁତର

15/10/2020 at 3:16 PM

ଭୁବନ ୧୫।୧୦: ଢେଙ୍କାନାଳ ଜିଲ୍ଲାର ଭୁବନରେ ବଜ୍ରାଘାତରେ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ପବନ ଦାସ । ତାଙ୍କ ବୟସ ୬୦ ବର୍ଷ । ସେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ୩ର ବାସିନ୍ଦା ।

ସୂଚନା ଅନୁସାରେ ପବନ ଦାସ ଗାଈ କରାଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ସେହିପରି ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗାଁରେ ବଜ୍ରାଘାତରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ୩୩ ବର୍ଷ ବୟସ୍କ ଚଗଲୀ ମଲ୍ଲିକ, ୫୦ ବର୍ଷ ବୟସ୍କ ଦେବକୀ ମଲ୍ଲିକ, ୨୨ ବର୍ଷ ବୟସ୍କ କଣ୍ଢେଇ ମଲ୍ଲିକ ଏବଂ ରାଜା ମଲ୍ଲିକ । ଆହତ ହୋଇଥିବା ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି ।

   Related Posts